ତଥ୍ୟ ଯାଞ୍ଚ: ସାମାଜିକ ଦୂରତ୍ବ ଗୁରୁତ୍ତ୍ବପୂର୍ଣ୍ଣ; କିନ୍ତୁ ଭାଇରାଲ୍ ପୋଷ୍ଟ କରୁଥିବା ଦାବି ଅନୁଯାୟୀ 14 ଘଣ୍ଟା ବିରତି ନେଲେ କୋଭିଡ୍ -19 ମରିଯିବ ତଥ୍ୟ ବିଭ୍ରାନ୍ତ କରୁଛି
ସାମାଜିକ ଦୂରତ୍ତ୍ବ ଗୁରୁତ୍ତ୍ବପୂର୍ଣ୍ଣ; କିନ୍ତୁ 14 ଘଣ୍ଟା ବିରତି ଦ୍ବାରା କୋଭିଡ୍ -19 ମରିଯିବ ବୋଲି ଥିବା ଭାଇରାଲ୍ ପୋଷ୍ଟ ବିଭ୍ରାନ୍ତ କରୁଛି ।
- By: Pallavi Mishra
- Published: Apr 21, 2020 at 01:46 PM
ମାର୍ଚ୍ଚ 19, 2020ରେ କରୋନା ଭାଇରସ୍ ବ୍ୟାପିବା ସମ୍ବନ୍ଧରେ ଦେଶକୁ
ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାବଧାନମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ସାରା ଦେଶରେ ରବିବାର, ମାର୍ଚ୍ଚ 22କୁ ସକାଳ 7ରୁ ରାତି 9 ପର୍ଯ୍ୟନ୍ତ “ଜନତା କର୍ଫ୍ୟୁ” ଭାବେ ଘୋଷଣା କରିଥିଲେ । ଜନତା କର୍ଫ୍ୟୁ ଘୋଷଣା ହେବା
ପରେ ପରେ, ଜନତା କର୍ଫ୍ୟୁ ନେଇ ବିଭିନ୍ନ ମତ ରଖି ସୋସିଆଲ୍
ମିଡିଆରେ ବିଭିନ୍ନ ପୋଷ୍ଟ ଭରିଗଲା । ଗୋଟିଏ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା
ଯେଉଁଥିରେ କୁହାଯାଇଥିଲା କରୋନା ଭାଇରସ୍ ର ଜୀବନ କାଳ 8- 12 ଘଣ୍ଟା ଏବଂ ଜନତା କର୍ଫ୍ୟୁ 14 ଘଣ୍ଟା ପାଇଁ । ଏହା ଆହୁରି ମଧ୍ୟ ଦାବି କରୁଥିଲା ଯେ
ଭାଇରସ୍ 12 ଘଣ୍ଟା ପର୍ଯ୍ୟନ୍ତ କୌଣସି ମାନବ ଶରୀର ସଂସ୍ପର୍ଶରେ
ନଆସିଲେ ମରିଯାଇଥାଏ । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ
ପାଇଥିଲା ଯେ ଏହି ଭାଇରାଲ୍ ପୋଷ୍ଟଟି ବିଭ୍ରାନ୍ତିକର ।
ଦାବି
ଭଲ୍ଲାତାନ୍ୟା.16 ନାମକ ୟୁଜର୍ ଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ଗୋଟିଏ ଭାଇରାଲ୍ ପୋଷ୍ଟ ସେୟାର ହୋଇଥିଲା ଯାହା ଦାବି କରେ : “ ଜନତା କର୍ଫ୍ୟୁ ପଛରେ ଥିବା ତର୍କ…. ଯେହେତୁ ଗୋଟିଏ ସ୍ଥାନରେ କରୋନା ଭାଇରସ୍ ର ଜୀବନ 8-12 ଘଣ୍ଟା ଏବଂ ଜନତା କର୍ଫ୍ୟୁ 14 ଘଣ୍ଟା ପାଇଁ….ତେଣୁ 12 ଘଣ୍ଟା ପାଇଁ ଭାଇରସ୍ ମାନବ ଶରୀର ସଂସ୍ପର୍ଶରେ ଆସିବ ନାହିଁ, ଏହା ଭାଇରସକୁ ମାରିଦେବ । ” ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଯାଞ୍ଚ କରାଯାଇ ପାରିବ ।
ଅନୁସନ୍ଧାନ
ଅନୁସନ୍ଧାନ ବେଳେ ବିଶ୍ବାସ ନ୍ୟୁଜ୍ ଦ ନ୍ୟୁ ଇଂଲମ୍ଢ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍ ର ଏକ ଗବେଷଣା ପାଇଥିଲା । ଅଧ୍ୟୟନ ଅନୁଯାୟୀ, ଭାଇରସ ରହିଥିବା ସର୍ଫେସ୍ ଅନୁଯାୟୀ ଏହା କିଛି ଘଣ୍ଟା କିମ୍ବା 2-3 ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିପାରେ । ମଣିଷମାନଙ୍କ ମଧ୍ୟରେ ଉପର ଏବଂ ନିମ୍ନ ଶ୍ବାସକ୍ରିୟା ଟ୍ରାକ୍ଟରୁ ନିଆଯାଇଥିବା ନମୁନା ଅନୁଧ୍ୟାନ କରାଯାଇଥିବା ଭଳି ସମାନ ପରିବେଶ ତିଆରି କରି ନେବୁଲାଇଜର୍ ସାହାଯ୍ୟରେ ବାୟୁମଣ୍ଡଳରେ ଭାଇରସ୍ ସିଞ୍ଚନ କରି ସେମାନେ ଏହି ଅଧ୍ୟୟନ କରିଥିଲେ । ସେମାନେ ଜାଣିବାକୁ ପାଇଥିଲେ ଯେ, ପବନରେ ସର୍ବନିମ୍ନ 3 ଘଣ୍ଟା ପରେ ଏହା ଚିହ୍ନଟ କରାଯାଇ ପାରିବ, ତମ୍ବା ସାମଗ୍ରୀରେ 4 ଘଣ୍ଟା, କାର୍ଡ ବୋର୍ଡ ରେ 24 ଘଣ୍ଟା ଏବଂ ପ୍ଲାଷ୍ଟିକ୍ ଓ ଷ୍ଟେନଲେସ୍ ଷ୍ଟିଲ୍ ରେ 2-3 ଦିନ ରହିପାରିବ ।

ଅଧ୍ୟୟନ ଅନୁଯାୟୀ, କରୋନା ଭାଇରସ୍ ପବନ ଦ୍ବାରା ମଧ୍ୟ ପ୍ରସାରିତ ହୋଇ ପାରିବ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍ ଓ) ଅନୁଯାୟୀ, “କୋଭିଡ୍ -19 ର କାରକ ଭାଇରସ୍ ସର୍ଫେସ୍ ରେ କେତେ ସମୟ ରହେ ସେ ନେଇ ନିର୍ଦ୍ଧିଷ୍ଟ ଭାବେ କହି ହେବ ନାହିଁ, କିନ୍ତୁ ଅନ୍ୟ କରୋନା ଭାଇରସ୍ ଭଳି ଏହା ଜଣାଯାଏ । ଅଧ୍ୟୟନ ପରାମର୍ଶ ଦିଏ ଯେ କରୋନା ଭାଇରସ୍ ( କୋଭିଡ୍– 19 ଭାଇରସ୍ ଉପରେ ପ୍ରାଥମିକ ସୂଚନା ସମେତ) ସର୍ଫେସ୍ ରେ କିଛି ଘଣ୍ଟାରୁ କେତେ ଦିନ ପର୍ଯ୍ୟନ୍ତ ରହିଥାଏ । ଏହି ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ହୋଇ ପାରେ ( ଉଦାହରଣ, ସର୍ଫେସ୍ ପ୍ରକାର, ତାପମାତ୍ରା କିମ୍ବା ପରିବେଶର ଆର୍ଦ୍ରତା ।
ଯଦି ଆପଣ ଭାବନ୍ତି ଯେ ଗୋଟିଏ ସର୍ଫେସ୍ ସଂକ୍ରମିତ ହୋଇପାରେ, ତାହେଲେ ଭାଇରସ୍ ମାରିବା ପାଇଁ ଏହାକୁ ସରଳ ଭାବେ କୀଟାଣୁନାଶକ ପ୍ରୟୋଗ କରି ସଫା କରନ୍ତୁ ଏବଂ ନିଜକୁ ଓ ଅନ୍ୟମାନଙ୍କୁ ରକ୍ଷା କରନ୍ତୁ । ଆଲକହଲ୍ ଆଧାରିତ ହ୍ୟାଣ୍ଡ ରବ୍ ବ୍ୟବହାର କରି ନିଜର ହାତ ଧୋଇ ଦିଅନ୍ତୁ କିମ୍ବା ସାବୁନ୍ ଓ ପାଣି ବ୍ୟବହାର କରି ପରିଷ୍କାର କରନ୍ତୁ । ନିଜର ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରିବାରୁ ବିରତ ରୁହନ୍ତୁ ।

ମାର୍ଚ୍ ଚ22, 2020ର ଜନତା କର୍ଫ୍ୟୁ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ କମାଇବ ଯାହା ସାମୁଦାୟିକ ଭାବେ ରୋଗ ପ୍ରସାରରୁ ବିରତ ରହିବା ପାଇଁ କିଛି ପରିମାଣରେ ସାହାଯ୍ୟ କରିବ ।
ବିଶ୍ବାସ ନ୍ୟୁଜ୍ ଇନ୍ଦ୍ରପ୍ରସ୍ଥ ଆପୋଲୋର ଡାକ୍ତର ସୁଦୀପ ଖନ୍ନାଙ୍କ ସହ ଏହି ଭାଇରାଲ୍ ଦାବି ନେଇ କଥା ହୋଇଥିଲା । ସେ କହିଥିଲେ : ସର୍ଫେସ୍ ରେ କରୋନା ଭାଇରସ୍ କେତେ ସମୟ ରହେ ସେ ନେଇ ଜଣା ନାହିଁ । ଭାଇରସ୍ 8- 12 ଘଣ୍ଟା ମଧ୍ୟରେ ମରିଯାଏ କହିବା ଭୁଲ୍ ହେବ । “
ଡବ୍ଲୁ ଏଚ୍ ଓ ଅଧିକାରୀଙ୍କ ଅନୁଯାୟୀ କରୋନା ଭାଇରସ୍ ସର୍ଫେସ୍ ରେ କିଛି ଘଣ୍ଟା ବା କେତେ ଦିନ ରହେ ତାହା ନିର୍ଦ୍ଧିଷ୍ଟ ନାହିଁ । ବିଭିନ୍ନ ସ୍ଥିତିରେ ଏହା ଭିନ୍ନ ଭିନ୍ନ ହୋଇପାରେ ।
ୟୁନିସେଫ୍ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କାନୁପ୍ରିୟା ସିଙ୍ଘଲ୍ ଙ୍କ କହିବା ଅନୁଯାୟୀ, “ କରୋନା ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ତ୍ବ ଦିଆଯିବା ଉଚିତ ଏବଂ ଯେତେ ଦୂର ସମ୍ଭବ ମୁଁହରେ ହାତ ନଲଗାଇବା ଉଚିତ । ”
निष्कर्ष: ସାମାଜିକ ଦୂରତ୍ତ୍ବ ଗୁରୁତ୍ତ୍ବପୂର୍ଣ୍ଣ; କିନ୍ତୁ 14 ଘଣ୍ଟା ବିରତି ଦ୍ବାରା କୋଭିଡ୍ -19 ମରିଯିବ ବୋଲି ଥିବା ଭାଇରାଲ୍ ପୋଷ୍ଟ ବିଭ୍ରାନ୍ତ କରୁଛି ।
- Claim Review : କରୋନା ଭାଇରସ୍ ର ଜୀବନ ଗୋଟିଏ ସ୍ଥାନରେ 8-12 ଘଣ୍ଟା ଏବଂ ଜନତା କର୍ଫ୍ୟୁ 14 ଘଣ୍ଟା ପାଇଁ….ତେଣୁ 12 ଘଣ୍ଟା ପାଇଁ ଭାଇରସ୍ ମାନବ ଶରୀର ସଂସ୍ପର୍ଶରେ ଆସିବ ନାହିଁ, ଏହା ଭାଇରସକୁ ମାରିଦେବ
- Claimed By : ଭଲ୍ଲାତାନ୍ୟା.16
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.












